ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ ରହିବ ସମସ୍ତ ସ୍କୁଲ : ସୁପ୍ରୀମକୋର୍ଟ

ନୂଆଦିଲ୍ଲୀ: ପ୍ରଦୂଷଣରେ ବେହାଲ ରାଜଧାନୀ । ଦିନକୁ ଦିନ ବିଗିଡିବାରେ ଲାଗିଛି ଦିଲ୍ଲୀର ଅବସ୍ଥା । ପରବର୍ତ୍ତି ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଆଦେଶନାମା ଜାରି କରିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଏ ନେଇ ଦିଲ୍ଲୀ ସରକାର ଉପରେ ବର୍ଷିଥିଲେ କୋର୍ଟ । ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିିବାକୁ ଅନୁମତି ମିଳିିଥିବା ବେଳେ, କଣ ପାଇଁ ସ୍କୁଲ ଗୁଡିକୁ ଖୋଲା ଗଲା?ଏଭଳି ବିଷାକ୍ତ ବାୟୁରେ ପିଲାମାନଙ୍କୁ କାହିଁକି ସ୍କୁଲ ଯିିବାକୁ ବାଧ୍ୟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।
ଦିଲ୍ଲୀର ଏହି ବିଷାକ୍ତ ବାୟୁକୁ ପ୍ରଦୁଷଣ ମୁକ୍ତ କରିବାପ।ଇଁ ୨୪ ଘଣ୍ଟାର ସମୟ ଦେଇଛନ୍ତି କୋର୍ଟ । ଏହା ମଧ୍ୟରେ ଯଦି କେନ୍ଦ୍ର ଓ ଦିିଲ୍ଲୀ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନ ନିଆଗଲା, ତେବେ ସୁପ୍ରିମ କୋର୍ଟ ଗଠନ କରିବ ଟାସ୍କ ଫୋର୍ସ । କଣ ପାଇଁ ପ୍ରଦୁଷଣ କମ ହେଉନି ବୋଲିି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଚିଫ ଜଷ୍ଟିଷ୍ ଏନଭିି ରମଣା ।ଦିଲ୍ଲୀ ଏନସିଆରରେ ବାୟୁର ମାନରେ ଆସିନି କୌଣସି ପରିିବର୍ତ୍ତନ । ଲୋଧି ରୋଡ ଅଞ୍ଚଳରେ ଏୟାର କ୍ୱାଲିଟି ଇନଡେସ୍କ ୩୩୯ ରହିଥିବା ଦର୍ଶାଯାଇଛି । ପ୍ରଦୂଷିତ ବାୟୁରେ ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ।