କଟକ ଜିଲ୍ଲା ବାରଙ୍ଗର ଷଣ୍ଢପୁର ଗାଁ ନିକଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କଟକ -: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ଜିଲ୍ଲା ବାରଙ୍ଗର ଷଣ୍ଢପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମନ୍ତ୍ରୀଙ୍କ କାରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଠଗଡରୁ ଭୁବନେଶ୍ୱର ଫେରୁଥିବା ସମୟରେ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅନୁଗୁଳ କାର୍ଯ୍ୟକ୍ରମ ବାତିଲ ପରେ ଅଧାବାଟରୁ  ଫେରୁଥିଲେ ଯୋଗାଣ ମନ୍ତ୍ରୀ । ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନଥିବା ବେଳେ କେବଳ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି ।