(ସୁନ୍ଦରଗଡ଼): ସୁନ୍ଦରଗଡ଼ର ପ୍ରଥମ ଆଇଏଏସଙ୍କ ପରଲୋକ । ସୁନ୍ଦରଗଡ଼ର ପ୍ରଥମ ଆଦିବାସୀ ଭାରତୀୟ ପ୍ରଶାସନିକ ସେବା (IAS ) ଅଧିକାରୀ ଲିଭନୁସ କିଣ୍ଡୋଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚାନୁଯାୟୀ , ସ୍ୱର୍ଗତ କିଣ୍ଡୋ ୧୯୭୧ ମସିହାରେ IAS ପାଇଥିଲେ। ସେ ତାପୂର୍ବରୁ ଜିଏମ କଲେଜରୁ ଅର୍ଥଶାସ୍ତ୍ରରେ ଗୋଲ୍ଡ ମେଡାଲ ପାଇଥିଲେ । କିଛିଦିନ ପାଇଁ ସେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।ରାଜଗାଙ୍ଗପୁର ମାଲିଡିହି ସ୍ଥିତ ଥିବା ତାଙ୍କ ବାସଭବନରେ ରାତି ପ୍ରାୟ ୧୦ :୪୫ ସମୟରେ ହୃଦଘାତରେ ମୃତ୍ୟୁ ହୋଇଛି।