ଚଳିତ ବର୍ଷ ବଢିବନି ସୁନାବେଶ ଦର୍ଶନ ସମୟ ; ଅରବିନ୍ଦ ପାଢୀ

ପୁରୀ : ସୁନା ଅଳଙ୍କାରରେ ସଜେଇ ହେଉଛନ୍ତି ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି । ମହଣ ମହଣ ସୁନାରେ ବିଭୂଷିତ ହେଇ ଦର୍ଶନ ଦେବେ ମହାବାହୁ । ଏହାସହ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ଚଳିତ ବର୍ଷ ବଢିବନି ସୁନାବେଶ ଦର୍ଶନ ସମୟ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଯେଉଁ ସମୟ ନିର୍ଦ୍ଦଣ୍ଟ ହୋଇଛି, ସେତିକି ସମୟରେ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ । ରାତି ୧୧ଟାରେ ସୁନାବେଶ ଦର୍ଶନ ବନ୍ଦ ହେବ । ଆସନ୍ତର କାଲି ରତ୍ନଭଣ୍ଡାର ଖୋଲାଯାଉଥିବାରୁ ଭଣ୍ଡାର ମେକାପ ସେଥିରେ ବ୍ୟସ୍ତ ରହିବେ । ତେଣୁ ସୁନାବେଶ ଦର୍ଶନ ସମୟ ବଢିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସୁନାବେଶରେ ମଧ୍ୟ ରଥ ଉପରେ ସେବାୟତଙ୍କୁ ମୋବାଇଲ୍ ବାରଣ କରାଯାଇଛି।