ଗୋପ(ଜୟନ୍ତ କୁମାର ସେଠୀ): ବିଶ୍ଵ ପ୍ରସିଦ୍ଧ କୋଣାର୍କକୁ ପର୍ଯ୍ୟଟକଙ୍କ ପାଇଁ ଆହୁରି ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ଇକୋ-ରି-ଟ୍ରିଟ ପାଇଁ ରାମଚଣ୍ଡୀ ମୁହାଣରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଯାଦବଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ପ୍ରତିବର୍ଷ ପରି ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କ ପାଇଁ ୫୦ ରୁ ୭୦ ଟି ତମ୍ବୁ ଘରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ସନ୍ଧ୍ୟାରେ ଓଡ଼ିଶା ଲୋକ କଳାର ମଜା ନେଇପାରିବେ ପର୍ଯ୍ୟଟକ । ଏଥିସହ ସମୁଦ୍ର ଓ କୁଶଭଦ୍ରା ନଦୀର ମଧ୍ୟ ଭାଗରେ ଥିବା ବାଲୁକା ସ୍ତୁପରେ ତମ୍ବୁ ଘରେ ପର୍ଯ୍ୟଟକ ଶିତୁଆ ସନ୍ଧ୍ୟାର ମଜା ଉଠାଇବେ । ନଦୀ ଓ ସମୁଦ୍ରକୁ ସଂଯୋଗ କରିବା ପାଇଁ ଚଳିତ ବର୍ଷ ନୂତନ ଭସାପୋଲ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବ । କୋଭିଡ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବିଦେଶୀ ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ସମାନ ସୁବିଧା ରହିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ ।