କରୋନାକୁ ଦୃଷ୍ଟିରେ ରଖି ଆଗୁଆ ଜାରି ହେଲା ଗ୍ରୀଷ୍ମ ଛୁଟି

କଟକ: ରାଜ୍ୟରେ ହୁହୁ ହୋଇ ବଢିଚାଲୁଛି କରୋନା । ଆଜି ରାଜ୍ୟରେ ୧୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରହି ରାଜ୍ୟର ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଳତର ଗ୍ରୀଷ୍ମକାଳୀନ ଛୁଟିକୁ ଆଗୁଆ ଲାଗୁ କରାଯାଇଛି । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ମେ ୩ ତାରିଖରୁ ଜୁନ ୫ ତାରିଖ ଯାଏଁ ରାଜ୍ୟର ସବୁ ଅଦାଳତ ଗ୍ରୀଷ୍ମ ଛୁଟି ପାଇଁ ବନ୍ଦ ରହିବ । ଏହି ସମୟରେ ହାଇକୋର୍ଟ ଓ ସମସ୍ତ ନିମ୍ନ ଅଦାଳତ ଭର୍ଚୁଆଲ ପ୍ଲାଟଫର୍ମରେ କାର୍ୟ୍ୟ କରିବେ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି । ପୂର୍ବରୁ ଜାରୀ କରାଯାଇଥିବା ସମସ୍ତ ଅନ୍ତରୀଣ ଆଦେଶ ଆସନ୍ତା ଜୁନ ୩୦ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
ପୂର୍ବରୁ ହାଇକୋର୍ଟରେ ଏହି ଗ୍ରୀଷ୍ମ ଛୁଟି ମେ ୨୪ରୁ ଏବଂ ନିମ୍ନ ଅଦାଳତ ମେ ୨୨ରୁ ଜୁନ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିଥାଏ।