(ପ୍ରିୟଦର୍ଶନୀ ସ୍ୱାଇଁ /ରିପୋଟ’ର୍ସ ଟୁଡ଼େ) ଭୁବନେଶ୍ୱର: ସାଧାରଣତଃ ମିଠା ଖାଇବାକୁ ସମସ୍ତେ ରୁଚି ରଖିଥାନ୍ତି । ଘରେ ଆପଣ ଗୁଲାପ ଜାମୁନ ଗୁଣ୍ଡ ହେଉ କି ବ୍ରେଡରେ ହେଉ ଗୁଲାପ ଜାମୁନ ପ୍ରସ୍ତୁତ କରିଥିବେ । କିନ୍ତୁ ଆଜି ଆମେ ଏକ ସହଜ ଉପାୟରେ ଶିଖାଇବୁ ଗୁଲାବ ଜାମୁନ । ଘରେ ସମସ୍ତଙ୍କର ସୁଜି ଥାଏ । ଏହି ସୁଜିରେ ତିଆରି କରନ୍ତୁ ସୁଆଦିଆ ଗୁଲାପ ଜାମୁନ ।
ଆବଶ୍ୟକୀୟ ସାମଗ୍ରୀ : ସୁଜି -୨କପ, ଚିନି-୧କପ, କ୍ଷୀର-୧କପ, ଗୁଜୁରାତି -୨ଟା, ତେଲ-ଛାଣିବା ପାଇଁ , ପାଣି -୨ କପ, ଲୁଣ -ଅଳ୍ପ , ପିସ୍ତା ବାଦାମ କଟା ଅଳ୍ପ .
ପ୍ରସ୍ତୁତି ପ୍ରଣାଳୀ : ଗ୍ୟାସରେ ପ୍ୟାନ ବସାଇ ସୁଜି ଭାଜି ଦିଅନ୍ତୁ । ସେଥିରେ କ୍ଷୀର , ଅଳ୍ପ ଚିନି , ପକାଇ ଘାଟନ୍ତୁ । ସୁଜି ସିଝିଯିବା ପରେ ଅମୁଲ ପକାଇ ଘାଣ୍ଟି ଓଲ୍ଲାଇ ଦିଅନ୍ତୁ । ଓଲ୍ଲାଇବା ପରେ ସେଥିରେ ଅଳ୍ପ ପାଣିଦେଇ ଚକଟିବେ । ଚକଟି ଚକଟି ଟିକେ ନରମ ହୋଇଗଲା ପରେ ଗୋଲ ଗୋଲ କରି ରଖନ୍ତୁ । ଛାଣିବା ପାଇଁ କରେଇରେ ତେଲ ଗରମ କରି ସେହି ଗୋଲକୁ ପକାନ୍ତୁ । ଟିକେ ରଙ୍ଗ ବଦଳି ଗଲା ପର୍ୟ୍ୟନ୍ତ ଓଲଟା ଓଲଟି କରନ୍ତୁ । ଆଉ ଏକ ପ୍ୟାନରେ ପାଣି ଦେଇ ଚିନି ପକାଇ ଘାଣ୍ଟନ୍ତୁ ଆଉ ତାପରେ ଚିନି ମିଶିଗଲା ପରେ ଓହ୍ଲାଇ ଦେଇ ହୋଇଥିବା ଗୁଲାପ ଜାମୁନକୁ ପକାଇ ୨ ଘଣ୍ଟା ଛାଡି ଦିଅନ୍ତୁ । ଗୁଲାପ ଜାମୁନ ଉପରେ ପିସ୍ତାବାଦାମ ପକାଇ ସଜାଇ ଦେଇ ପରସି ଦିଅନ୍ତୁ ସୁଆଦିଆ ସୁଜି ଗୁଲାପ ଜାମୁନ।