ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର । ଓଡିଆରେ ଶପଥ ନେଲେ ବିଜେପି ସାଂସଦ ସୁଜିତ କୁମାର । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ବୋଲି ସମ୍ବୋଧନ କଲେ ସୁଜିତ କୁମାର । ଗତ ୧୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଥିବଲା ଶେଷ ତାରିଖ । ଆଉ ଓଡିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର । ତାଙ୍କର ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିବାରୁ ସୁଜିତ କୁମାର ନିଦ୍ୱର୍ନ୍ଦ୍ୱରେ ସଂସଦର ଉଚ୍ଚସଦନକୁ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିଲେ । ମମତା ମହନ୍ତଙ୍କ ଫର୍ମୁଲାରେ ସୁଜିତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସୁଜିତ କୁମାରଙ୍କ ଇସ୍ତଫା ଦେବା ପୋ ଓଡିଶାରୁ ରାଜ୍ୟସଭାର ଗୋଟିଏ ଆସଦ ଖାଲି ପଡିଥିଲା । ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହା ପୂର୍ବରୁ ଗତ ସେପ୍ଟେମ୍ବର ୬ ତାରିଖ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବାପରେ ବିଜେଡି ଛାଡିଥିଲେ ।