ଏସପିଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ

ଦେହରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଆଉ ସେ ପୁଣି ଏସ୍ପିଙ୍କ ଅଫିସରେ । ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ଜଣେ ମହିଳା, ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ହେଲେ କିଛି ଅଘଟଣ ଘଟିବା ପୂର୍ବରୁ, ପେଟ୍ରୋଲ ବୋତଲକୁ ଛଡାଇ ନେଲେ ପୋଲିସ । ଏବଂ ମହିଳା ଜଣକ ଏପରି କରିବା ପଛରେ, ପାରିବାରିକ କଳହ ବୋଲି ସୂଚନା ମିଳିଛି ।

ମହିଳାଙ୍କ ଦିଅର ତାଙ୍କୁ ବାରମ୍ବାର ତାଙ୍କୁ ନିର୍ଯାତନା ଦେଉଥିବା ନେଇ, ସେ ସଦର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ପୋଲିସ ଶୁଣି ନଥିବାରୁ ମାନସିକ ଭାରସାମ୍ୟ ହରାଇ ମହିଳା ଜଣକ ଏସପିଙ୍କ କାର୍ଯ୍ୟାଳୟକୁ ଆସି ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାପରେ ଏସପି କାର୍ଯ୍ୟାଳୟରେ ପହଞ୍ଚି ମହିଳାଙ୍କ ଅଭିଯୋଗ ଶୁଣିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।