ପୁରୀ: ରତ୍ନଭଣ୍ଡାର ମରାମତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ମୁଖ୍ୟମନ୍ତ୍ରୀଙ୍କୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଚିଠି । ଏହି ଚିଠିରେ ASIକୁ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ । ଲେଜର ସ୍କାନିଂ ରିପୋର୍ଟରେ ଭିତର ରତ୍ନଭଣ୍ଡାର କାନ୍ଥରେ ଫାଟ ଥିବା ଜଣାପଡିଛି । ଆଗକୁ ବର୍ଷା ଋତୁ ଆସୁଥିବାରୁ ମରାମତି ପାଇଁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।
ଗତକାଲି ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସୁଦର୍ଶନ । କହିଥିଲେ , ନୂଆ ସରକାର ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରକ୍ରିୟା ଅରେମ୍ଭ କରିଛନ୍ତି । କିନ୍ତୁ ଏ ବିଷୟରେ ବୈଠକରେ ଆଲୋଚନା କରି ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ କୀମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ଗୁରୁତ୍ୱ ଦେଉନାହାନ୍ତି ।