ଦୀଘାରେ ଜଗନ୍ନାଥ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ।ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚିଠିରେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯିବା ପ୍ରସଙ୍ଗକୁ ନିନ୍ଦା କରିଛନ୍ତି। ଘଟଣାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏପରି କି ଦୀଘାକୁ ଜଗନ୍ନାଥ ଧାମ କହିବା ଧାର୍ମିକ ଭାବନାକୁ ଆଘାତ ଦେଉଥିବା ସୁଦର୍ଶନ ଚିଠିରେ ଉଲ୍ଲେଖ କରିଛନ୍ତି।