ଶ୍ୱାସଜନିତ ସମସ୍ୟା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ । ନିଶ୍ୱାସ ନେବାରେ ସମସ୍ୟାକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଜ ସୋଶିଆଲ ମିଡିଆ ‘ଏକ୍ସ’ରେ ଅସୁସ୍ଥତା ବାବଦରେ ସୂଚନା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ।
ସେ ଲେଖିଛନ୍ତି ଯେ , ପୋଷ୍ଟ କୋଭିଡ ଯୋଗୁଁ ହୋଇଥାଇପାରେ, ମୋତେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି, ଫଳରେ ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଏଠାରେ ଡାକ୍ତର ମାନେ ମୋର ଯତ୍ନ ନେଉଛନ୍ତି ।