ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପୁରାତନ ଛାତ୍ର ଇଶ୍ଵରଦତ୍ତ ମିଶ୍ର ପ୍ଧବକ୍ତନ୍ତି ଏକ ବଡ ସଫଳତା । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଏଏସ ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି । ୧୫୩ ଜଣଙ୍କ ମଧ୍ୟରୁ ସେ ୮୭ ନମ୍ବର ସ୍ଥାନରେ ରହିଛନ୍ତି । ଲୋକଙ୍କୁ ସରକାରୀ ଯୋଜନାର ସୁଫଳ କିଭଳି ଭାବେ ମିଳି ପାରିବ ସେନେଇ ଉଦ୍ୟମ କରିବେ ବୋଲି ଇଶ୍ଵରଦତ୍ତ କହିଛନ୍ତି । ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ପଦ୍ମନାଭ ମିଶ୍ର ଓ ସୁପ୍ରଭା ପଣ୍ଡାଙ୍କ ପୁତ୍ର ଇଶ୍ଵରଦତ୍ତଙ୍କ ସଫଳତା ଖବର ପ୍ରଚାରିତ ହେବା ପରେ ତାଙ୍କ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।