(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମହାମାରୀ କୋରୋନା ଲଢେଇର ୪ଟି ପର୍ଯ୍ୟାୟ ରହିଛି । ବର୍ତମାନ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ ହୋଇନି । ମେଁ ମାସରେ ଘମା ଘୋଟ ଲଢେଇ ହେବ । ଆମେ ବିଚଳିତ ନ ହୋଇ ବିଚକ୍ଷଣ ହେବାକୁ କହିଛନ୍ତି କୋଭିଡ-୧୯ ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଆମ ରାଜ୍ୟ ଦ୍ୱିତୀୟ ପର୍ୟ୍ୟାୟରେ ରହିଛି । ସରକାର ନେଇଥିବା ପଦକ୍ଷେପର ସୁଫଳ ମିଳୁଛି । ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କୁ ଫେରିବାକୁ ଅନୁମତି ମିଳିଯାଇଛି । କେମିତି ସେମାନଙ୍କୁ ଫେରାଇ ଅଣାଯିବ ସେ ଉପରେ ଜୋର ଦିଆଯାଇଛି । ଅନ୍ୟ ରାଜ୍ୟରେ ଫସିଥିବା ଲୋକଙ୍କୁ ଟ୍ରେନରେ ଫେରିବା ଅନୁମତି ମିଳିଛି । ଏନେଇ ରେଲୱେ ବୋର୍ଡ଼ ସହ ସମ୍ପୃକ୍ତ ରାଜ୍ୟ ଯୋଗଯୋଗ କରିବାକୁ ହେବ । ରେଲୱେ ବୋର୍ଡ଼ ସହ ଆଲୋଚନା କରି ଯୋଜନା ପ୍ରସ୍ତୁତ କରନ୍ତୁ ରାଜ୍ୟ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ୧୪୮କୁ ବୃଦ୍ଧି ପାଇଥିବା ବେଳେ ୫୫ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୨କୁ ବୃଦ୍ଧି ପାଇଛି । ଏହାସହ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି ଯେ ବାହାର ରାଜ୍ୟରେ ଫସିଥିବା ଲୋକଙ୍କୁ ଫେରିବାକୁ ଅନୁମତି ମିଳିଯାଇଛି । କେମିତି ସେମାନଙ୍କୁ ଫେରାଇ ଅଣାଯିବ ସେ ଉପରେ ଜୋର ଦିଆଯିବା ସହ ପୋର୍ଟାଲରେ ହୋଇଥିବା ପଞ୍ଜିକରଣ ତଥ୍ୟକୁ ଅନୁଧ୍ୟାନ କରାଯାଉଛି । ଯେଉଁ ରାଜ୍ୟରୁ ଆସିବେ ସେଠାକାର କର୍ତ୍ତୃପକ୍ଷ ପ୍ରଥମେ ହେଲଥ ସ୍କ୍ରିନିଂ କରିବେ ବୋଲି ସେ କହିଛନ୍ତି । ବସରେ ଆସୁଥିବା ଲୋକେ ଯେଉଁଠୁ ଆସିବେ ସେଠାରୁ ପାସ୍ ଆଣିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଚେକ ପଏଣ୍ଟ କରାଯାଇଛି । ଏହି ଚେକ୍ ପଏଣ୍ଟ ଗୁଡ଼ିକ ପାଖରେ ରାଜ୍ୟ ଅଧିକାରୀ ମୁତୟନ ରହିବେ । ସେଠାରେ ଆସିଥିବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ । ଚେକପଏଣ୍ଟରେ ପହଞ୍ଚିବା ପରେ ଲୋକଙ୍କ ଡକ୍ୟୁମେଣ୍ଟରେ ଷ୍ଟାମ୍ପ ଲଗାଯିବ । ବାହାର ଆସୁଥିବା ଲୋକଙ୍କ ପାଇଁ ୧୪ଦିନ ସଙ୍ଗରୋଧ ବାଧ୍ୟତାମୂଳକ ରହିବ ବୋଲି କୁହାଯାଇଛି ।