ସମବାୟ ନିର୍ଦେଶକ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ

ଆଳି: ରାଜ୍ୟରେ ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ ସମବାୟ ନିର୍ବାଚନ । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ସମସ୍ତ ସମବାୟ ସମିତିରେ ମଧ୍ୟ ନିର୍ବାଚନ ନିମନ୍ତେ ପ୍ରଥମ ପର୍ୟ୍ୟାୟ ନାମାଙ୍କନ ପତ୍ର ଦାଖଲ କାର୍ୟ୍ୟ ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଥିବା ୧୧ ଟି ସମିତି ମଧ୍ୟରୁ ବାଟିପଡା, ଭୂଇଁପୁର, ପତ୍ରପୁର, ସିଙ୍ଗିରି, ଦେସାହି, ମହୁ ସମବାୟ ସମିତିରେ ୮୫ ଜଣ ପ୍ରାର୍ଥୀ ନିର୍ଦେଶକ ପଦବୀ ନିମନ୍ତେ ନାମାଙ୍କନ ଦାଖଲ କରିଛନ୍ତି । ନିର୍ବାଚନ ଅଧିକାରୀ ନିର୍ବାଚନ କାର୍ୟ୍ୟ ପରିଚାଳନା କରିଥିବା ବେଳେ ସମ୍ପାଦକ ଓ ସହ ସମ୍ପାଦକ ମାନେ ପରିଚାଳନାରେ ସହଯୋଗ କରିଥିଲେ ।