ସୁବର୍ଣ୍ଣରେଖାରୁ ବନ୍ୟା ପରିସ୍ଥିତି

ବାଲିଆପାଳ, ଅଜିତ ସାହୁ: ଲଘୁଚାପ ଜନିତ ଲଗାଣ ବର୍ଷା ଓ ଉପର ମୁଣ୍ଡରେ ବର୍ଷା ପାଇଁ ସୁବର୍ଣ ରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ମଧ୍ୟ ଅନେକ ଗାଁ ଜଳବନ୍ଦୀ ହୋଇଛନ୍ତି । ଏବେ ଜଳସ୍ତର ବିପଦ ସଂକେତ ତଳକୁ ଖୋସିଥିଲେବି, ଭୋଗରାଇ ଓ ବାଲିଆପାଳର ତଳିଆ ଅଞ୍ଚଳର ଲୋକେ ଏବେବି ଜଳ ବନ୍ଦି ହୋଇ ରହିଛନ୍ତି । ଜରୁରୀ କାଳୀନ ପରିସ୍ଥିତିରେ ଦେଶୀ କାଠ ଡଙ୍ଗା ହିଁ ଏକମାତ୍ର ସାହା ଭରସା ପାଲଟିଛି ।