ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁରରେ ବିଜୁ ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ ରେ ଧାରଣ ଦିଆଯାଇଛି । ବିଭିନ୍ନ ବ୍ଳକ ତଥା ସୋନପୁର, ଡୁଙ୍ଗୁରିପାଲି, ତରଭା ବ୍ଲକ ପରିସରରେ ଏହି ଧାରଣା ଦିଆଯାଇଛି । ବିଜେଡିର ଯୁବ ନେତା ସୀତାରାମ ମହାପାତ୍ର, ସମ୍ପାଦିକା ତଥା ରାମପୁର ଜ଼ିଲ୍ଲା ପରିଷଦ ଜୋନ ସଭ୍ୟା ମମତା ମଟାରୀ, ଜ଼ିଲ୍ଲା ବିଜେଡି ଉପସଭାପତି ମନୋଜ ପୁରୋହିତ, ବ୍ଲକ ସଭାପତି ଧର୍ମେନ୍ଦ୍ର ବିଶ୍ୱାଳ, ସାଧାରଣ ସମ୍ପାଦକ ରଞ୍ଜନ ଠେଲା, ସମ୍ପାଦକ ଗଣେଶ ଭୋଇ, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷ ବେଲାର ସାହୁ, ବରିଷ୍ଠ ବିଜେଡି ନେତା ପ୍ରଦୀପ ସା, ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାଣ୍ଡିଆ ଏବଂ ବହୁ ମହିଳା ନେତ୍ରୀ ତଥା ବହୁ ବରିଷ୍ଟ ବିଜେଡି ନେତୃ ବୃନ୍ଦ ଉପସ୍ଥିତ ରହି କେନ୍ଦ୍ରରେ ଅହେତୁକ ଗ୍ୟାସ ଦରବୃଦ୍ଧି ର ପ୍ରତିବାଦ କରି ଏହାର ଦର ହ୍ରାସ କରିବା ପାଇଁ ସୋନପୁର ବ୍ଳକ ଓ ଡୁଙ୍ଗୁରିପାଲି ବ୍ଲକ ବିଡ଼ିଓଙ୍କ ମାଧ୍ୟମରେ ମହାମହିମ ଭାରତର ରାଷ୍ଟ୍ରପତି ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି ।