(ଓମ୍ ପ୍ରକାଶ ମିଶ୍ର): ଆଜି ସୁବର୍ଣ୍ଣପୁର ସହରରେ ଖଦାଲପଡା ମା ଠାକୁରାଣୀ କଇଫୁଲ ଦେବୀଙ୍କ ବାର୍ଷିକ ନିଆମଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଖଦାଲସମାଜର ଆରାଧା ଦେବୀ ମା ଠାକୁରାଣୀଙ୍କ ଏହି ଯାତ୍ରା ବର୍ଷକୁ ଥରେ ହୁଏ । ଏହି ଶୋଭାଯାତ୍ରାରେ ଖଦାଳ ସମ୍ଫଦାୟର ମହିଳା ଶ୍ରଦ୍ଧାଳୁ ମାନେ ମଞ୍ଚବାଦ୍ୟ ବାଦନରେ ଶହଶହ ଶ୍ରଦ୍ଧାଳୁ ଯୋଗଦେଇଥିବା ବେଳେ ପରମ୍ଫରା ଅନୁସାରେ ଠାକୁରାଣୀ ଦେବୀ ଙ୍କ ପୂଜା ଅଚ୍ଚନା କରାଯାଇଥାଏ । ଇତିହାସ କୁହେ ଦେବୀ ଠାକୁରାଣୀ କଇଫୁଲ ତନ୍ତ୍ର ,ମନ୍ତ୍ରର ଏକ ପ୍ରମୁଖ ଦେବୀ ଭାବେ ଏହି ପୂଜୀତ ହୋଇଆସୁଛନ୍ତି। ଦେବୀ ଠାକୁରାଣୀଙ୍କ ମନ୍ଦିର ରାଜାରାଜୁଡା ଅମଳରୁ ଏହି ଦିନ ଖଦାଳ ସପ୍ରଦାୟ ଦ୍ୱାରା କଇଫୁଲ ଯାତ୍ରା ହୋଇଆସୁଛି ବୋଲି ସମାଜ ଜିଲ୍ଲା ସଭାପତି ଅଜିତ ନାଏକ ଓ ସଂପାଦକ ଚରଣ ନାଏକ କହିଛନ୍ତି।