ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର:- ସୁବର୍ଣ୍ଣପୁର ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କମିଟି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ, ଟ୍ରକ୍ ମାଲିକ ସଂଘ ଓ ପ୍ରାଇଭେଟ୍ ବସ ମାଲିକ ସଂଘର ସଭାପତି ଦ୍ବୟ,ରାସ୍ତା ସୁରକ୍ଷା ସ୍ଵେଚ୍ଛାସେବୀ ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ଗତ ତିନି ବର୍ଷରେ ସୁବର୍ଣ୍ଣପୁର ଜିଲ୍ଲା ରେ ଘଟିଥିବା ସଡ଼କ ଦୁର୍ଘଟଣା ଉପରେ ତୁଳନାତ୍ମକ ବିବରଣୀ ଉପସ୍ଥାପନ ପୂର୍ବକ ଜିଲ୍ଲାରେ ଥିବା ଦୁର୍ଘଟଣା ପ୍ରବଣ ସ୍ଥାନ ବା ବ୍ଲାକ ସ୍ପଟ୍ ବିଷୟ ରେ ଜଣାଇବା ସହିତ ଜିଲ୍ଲା ପ୍ରଶାସନ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଉପରେ ଅବଗତ କରିଥିଲେ ଓ ସଡ଼କ ସୁରକ୍ଷା ଉପରେ ସବିଶେଷ ଆଲୋଚନା କରାଯାଇଥିଲା ।