ସୁବର୍ଣ୍ଣପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ସୁବର୍ଣ୍ଣପୁର/ ଓମପ୍ରକାଶ ମିଶ୍ର: ସୁବର୍ଣ୍ଣପୁରରେ ପାଳିତ ହେଉଛି ଦୁର୍ନୀତି ନିବାରଣ ସପ୍ତାହ । ଭାରତର ପୂର୍ବତନ ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ପୁଣ୍ୟ ଜନ୍ମ ତିଥି ପାଳନ ଅବସରରେ ସମଗ୍ର ଦେଶରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର ଙ୍କ ନିର୍ଦେଶରେ ଏହି ସପ୍ରାହ ପାଳନ କରାଯାଉଛି । ଏହା ଅକ୍ଟୋବର ୨୬ ରୁ ନଭେମ୍ବର ୧ ତାରିଖ ପର୍ୟ୍ୟନ୍ତ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ୟାଳୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ୟ୍ୟନାରାୟଣ ଦାଶ ଦୁର୍ନୀତିର ମୁଳୋତ୍ପାଟନ କରିବା ସହ ସାଧୁତା ଓ ସ୍ୱଛତା ବଜାୟ ରଖି ଅନୁଷ୍ଠାନର ଅଭିବୃଦ୍ଧି ଓ ଜନସାଧାରଣଙ୍କୁ ମୂଲ୍ୟବୋଧଭିତ୍ତିକ ସେବା ଯୋଗାଇଦେବା ପାଇଁ ଶପଥ ପାଠ କରାଇଥିଲେ ।ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ୱନ୍ଧରେ ଅବଗତ କରାଇଥିଲେ ଏହି ଶପଥ ପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଜିଲ୍ଲା ସ୍ତରୀୟ ଅଧିକାରୀ,ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ବିଭିନ୍ନ ଶାଖା ଅଧିକାରୀ, ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ର ଅଧିକାରୀ ଓ ସମସ୍ତ କର୍ମଚାରୀ ସମେତ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ତରଫରୁ ତୁଷାର କାନ୍ତ ମହାପାତ୍ର- ଆରକ୍ଷୀ ନିରୀକ୍ଷକ, ବିଭାଗୀୟ କର୍ମଚାରୀ ନନ୍ଦ କିଶୋର ବଗର୍ତ୍ତୀ, ବିଷ୍ଣୁପ୍ରସାଦ ଜାଲ, ଦିଲୀପ କୁମାର ଭୂୟାଁ ପ୍ରମୁଖ ଯୋଗଦାନ କରିଥିଲେ । । ଏହି ସପ୍ତାହ ପାଳନ ଅବସରରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ସପ୍ତାହ ବ୍ୟାପି ବିଭିନ୍ନ ଜନସଚେତନତା କାର୍ୟ୍ୟକ୍ରମ ଏବଂ ଗ୍ରାମ ସଭା ଅନୁଷ୍ଠିତ କରାଯିବ।