ଭୁବନେଶ୍ୱରରେ ଉଦଘାଟିତ ହେଲା ସୁବର୍ଣ୍ଣାଶ୍ରୀ ଙ୍କର ଭବ୍ୟ ଶୋ-ରୁମ 

0

ସୁବର୍ଣ୍ଣପୁର/ ଓମ ପ୍ରକାଶ ମିଶ୍ର :  ସୁବର୍ଣ୍ଣପୁରର  ଗୌରବମୟ କଳା ଓ ହସ୍ତ ଶିଳ୍ପର ଉତ୍ତରାଧିକାରୀ ହିସାବରେ ସୁବର୍ଣ୍ଣା ଶ୍ରୀ  ଆଉ ଗୋଟିଏ ପାହାଚ ଚଢିଛନ୍ତି  । ତାଙ୍କର  ଉତ୍ତମ ଗୁଣବତ୍ତାର ଉତ୍ପାଦ ସହ ଜିଲ୍ଲାର ବୟନ ହସ୍ତ ତନ୍ତ ଓ ହସ୍ତ କଳାର ନୂତନ ସମ୍ଭାରରେ ବମକାଇଁ, ବାନ୍ଧ ଶାଢ଼ୀ,ଅନ୍ୟାନ୍ୟ ବୟନ ସମ୍ଭାର ସହ ଟେରାକୋଟା  ସାମଗ୍ରୀ  ଯୋଗାଇ ଦେବା ଲକ୍ଷ୍ୟ ରେ  “ସୁବର୍ଣ୍ଣାଶ୍ରୀ” ଏକ ଏକ୍ସକ୍ଲୁସିଭ୍ ହ୍ୟାଣ୍ଡଲୁମ୍ ରିଟେଲ୍ ଆଉଟଲେଟ୍ ଉଦଘାଟନ କରିଛନ୍ତି ।

ଜିଲ୍ଲାର ମହିଳା ମାନଙ୍କର କାରିଗରୀ ଗୋଷ୍ଠୀଙ୍କୁ ନେଇ ଗଠିତ ଓରମାସ ଏବଂ ମିଶନଶକ୍ତିରୁ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସହାୟତା ପ୍ରାପ୍ତ ହୋଇ “ସୁବର୍ଣ୍ଣା ଶ୍ରୀ”  ଉତ୍ପାଦ ଗୁଡ଼ିକର ଗୁଣବତ୍ତା ନିୟନ୍ତ୍ରଣ ସହ କ୍ରୟ, ପେକେଜିଙ୍ଗ, ବିପଣନ କ୍ଷେତ୍ରରେ ଏକ ନୂତନ ଦିଶା ପ୍ରଦାନର ଲକ୍ଷ୍ୟ ରଖି ସଫଳ ଭାବେ ଆଗେଇ ଚାଲିଛି । ଏହି ବିଶେଷ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁଲୋଚନା ଦାସ, ମେୟର, ବିଏମସି, ଭୁବନେଶ୍ୱର ଯୋଗଦାନ କରି ଭବ୍ୟ ଶୋ ରୁମ  ଉଦଘାଟନ କରି ସୁବର୍ଣାର ସଫଳତା କାମନା କରିଥିଲେ  ।

ଉତ୍ସବରେ ସମ୍ମାନିତ ଅତିଥି ଭାବରେ  ଅରବିନ୍ଦ କୁମାର ପାଢ଼ୀ, (ଆଇଏଏସ୍) ମୁଖ୍ୟ ସଚିବ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଓଡିଶା, ଗୁହା ପୁନମ୍ ତାପସ କୁମାର, (ଆଇଏଏସ୍) ସିଇଓ, ଓରମାସ, ଭୁବନେଶ୍ୱର, ସୂର୍ଯ୍ୟବଂଶୀ ମୟୂର ବିକାଶ (ଆଇଏଏସ୍) ଅତିରିକ୍ତ କମିଶନର, ବିଏମସି, ଭୁବନେଶ୍ୱର,  ଅବୋଲୀ ସୁନୀଲ ନରୱଣେ , (ଆଇଏଏସ୍) ଜିଲ୍ଲାପାଳ,ସୁବର୍ଣ୍ଣପୁର, ଡୋଳାମଣି ପଟେଲ, ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ବିଭାଗ, ନିହାର ରଂଜନ କଁହର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଳା ପରିଷଦ, ସୁବର୍ଣ୍ଣପୁର, ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ, ସୋନପୁର, ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ନାୟକ, ଡିପିସି, ମିଶନ ଶକ୍ତି, ଯୁବରାଜ ସାହୁ, ଓରମାସ, ସୁବର୍ଣ୍ଣପୁର ସହିତ ବୋର୍ଡ ଅଫ୍ ଡାଇରେକ୍ଟର୍ସ ଏବଂ ସୁବର୍ଣ୍ଣା ଉତ୍ପାଦକ କମ୍ପାନୀର ସିଇଓ ପ୍ରମୁଖ ଉପସ୍ଥିତ ରହିଥିଲେ  । ଏହି କାର୍ଯ୍ୟକ୍ରମର ସଫଳତାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସୁବର୍ଣ୍ଣଶ୍ରୀ ବୋର୍ଡ ଅଫ ଡାଇରେକ୍ଟରର ସଦସ୍ୟ ସଦସ୍ୟା ମାନଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଅଛି ।