ବିଦ୍ୟାଳୟରେ ନିରାମିଷ ଛାତ୍ରଛାତ୍ରୀଙ୍କ ପାଇଁ ମିଳିବ ଫଳ । ଶିଶୁ ବାଟିକାରୁ ଦଶମ ଯାଏଁ ଯେଉଁ ପିଲାମାନେ ଅଣ୍ଡା ଖାଉନାହାନ୍ତି ସେମାନଙ୍କୁ ଅଣ୍ଡା ମୁଲ୍ୟରେ ଫଳ ଦିଆଯିବ । ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ହୋଇଛି । ମିଡ ଡେ ମିଲରେ ସପ୍ତାହକୁ ୩ ଥର ସୋମବାର,ବୁଧବାର,ଶୁକ୍ରବାର ଏହି ୩ ଦିନ ପିଲାଙ୍କୁ ଫଳ ଦିଆଯିବ । ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ରହିଛି ବିଭିନ୍ନ ଖାଦ୍ୟ ସାରଣୀ। ଏହା ମଧ୍ୟରେ ଅଣ୍ଡା ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି । କିନ୍ତୁ କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଣିକି ଯେଉଁ ଛାତ୍ରଛାତ୍ରୀ ଆମିଷ ଖାଉନଥିବେ ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।