ବିଜ୍ଞାନ ମେଳାରେ ବିଭିନ୍ନ ପ୍ରକଳ୍ପ ମାନ ପ୍ରଦର୍ଶିତ କଲେ ଛାତ୍ରଛାତ୍ରୀ

ପାରାଦୀପ; ଆଜିର ଶିଶୁ, କାଲିର ଭବିଷ୍ୟତ,ପିଲାଟିକୁ ଯଦି ଛୋଟବେଳରୁ ଦେଶ, ବିଦେଶ ସହିତ ଆମର ଚାଲିଚଳଣି, ଐତିହ୍ୟ, ସଂସ୍କୃତି ସହିତ ବିଜ୍ଞାନ କ୍ଷେତ୍ରରେ ଶିକ୍ଷାଦାନ କରାଯାଏ, ତେବେ ପିଲାଟି ବଡ଼ ହେଲେ ବାପା, ମା ଙ୍କ ସହିତ ନିଜ ବିଦ୍ୟାଳୟ ଏବଂ ମାଟିର ଟେକ ରଖେ । ଶିକ୍ଷା ବିକାଶ ପରିଷଦ ଓ ବିଦ୍ୟାଭାରତୀ ତରଫରୁ ପାରାଦୀପ ସରସ୍ବତୀ ବିଦ୍ୟାମନ୍ଦିର ରେ ଆୟୋଜିତ ଜ୍ଞାନ ବିଜ୍ଞାନ ମେଳାରେ ଦେଖିବାକୁ ମିଳିଛି କୁନିକୁନି ଛାତ୍ରଛାତ୍ରୀ ମାନେ ନିଖୁଣ ଭାବରେ ବିଭିନ୍ନ ପ୍ରକଳ୍ପ ମାନ ପ୍ରଦର୍ଶିତ କରିଛନ୍ତି । ଓଡ଼ିଆ ଚାଲିଚଳଣି ଠାରୁ ଆରମ୍ଭ କରି ଜୈବିକ ବିଜ୍ଞାନ, ବିଭିନ୍ନ ସୌର ପ୍ରକଳ୍ପ ଠାରୁ ଆରମ୍ଭ କରି ଖାଦ୍ୟ ସଂରକ୍ଷଣ ଏବଂ ବୃକ୍ଷଲତା ଦ୍ୱାରା ଆମ ପରିବେଶ କିଭଳି ଲାଭବାନ ହୋଇଥାଏ ଏହିଭଳି ଅନେକ ପ୍ରକଳ୍ପ ମାନ ତିଆରି କରି ପ୍ରଦର୍ଶିତ କରିଛନ୍ତି କୁନିକୁନି ଛାତ୍ରଛାତ୍ରୀ ମାନେ । ଯାହାଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପାଠପଢା ସହିତ ବିଭିନ୍ନ କ୍ଷେତ୍ରରେ ଏହି ପିଲାମାନଙ୍କ ଜ୍ଞାନ ବୃଦ୍ଧି ହେବା ସହିତ ଏହି ପିଲାମାନେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଏହି ପିଲାମାନେ ଜଣେ ଜଣେ ପ୍ରତିଭା ଭାବରେ ପରିଗଣିତ ହେବା ସହିତ ଦେଶ ମାତୃକା ର ନାମ ଟେକ ରଖିବେ ବୋଲି କହିଛନ୍ତି ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଉପସ୍ଥିତ ଅତିଥି ବୃନ୍ଦ ।