ଶିକ୍ଷାନୁଷ୍ଠାନରେକୁ ଛାତ୍ର ଛାତ୍ରୀ ଆଣିପାରିବେ ନାହିଁ ଅଣବିଘଟନ ପ୍ଲାଷ୍ଟିକ୍

0

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ‘ଅଣବିଘଟନ ପ୍ଲାଷ୍ଟିକ୍’ ମନା | ଛାତ୍ର ଛାତ୍ରୀ ଆଣିପାରିବେ ନାହିଁ ଅଣବିଘଟନ ପ୍ଲାଷ୍ଟିକ୍| ଛାତ୍ରଛାତ୍ରୀ ନିଜ ଘରେ ଯେଯରି ପ୍ଲାଷ୍ଟିକ୍ ବ୍ୟବହାର ନ କରିବେ ସେଥିଲାଗି ସଚେତନ କରାଯିବ।କ୍ୟାମ୍ପସରେ ଥିବା କ୍ୟାଣ୍ଟିନ୍, ମାର୍କେଟ୍ କମ୍ପ୍ଲେକ୍ସ, ହଷ୍ଟେଲକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଆସିପାରିବ ନାହିଁ । ଏହାକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ। ଛାତ୍ରଛାତ୍ରୀ, ଅଧ୍ୟାପକଙ୍କୁ ନେଇ ସେମିନାର, କର୍ମଶାଳା ଏବଂ ସଚେତନତା ଯାତ୍ରା କରା‌ଯିବ | ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟ।ନ୍ଯ ଧାତୁର ବୋତଲ ପିଇବା ପାଇଁ ବ୍ୟବହାର କରାଯିବ। ପ୍ଲାଷ୍ଟିକ୍ ବ୍ୟାଗ୍ ମଧ୍ୟ ବାରଣ କରାଯିବ। ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ‘ଉନ୍ନତ ଭାରତ ଅଭିଯାନ’ରେ ଗୋଟିଏ ଲେଖାଏଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବେ | ଏହି ଗ୍ରାମଗୁଡିକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ। ଏ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ନିର୍ଦ୍ଦେଶାବଳୀ ଦେଶର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନିବାକୁ ବାଧ୍ୟ। ଏ ନେଇ ସମସ୍ତ ବିଶ୍ଵବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି।