ଚନ୍ଦକା ପଥର ଖଣିରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର। ପଥର ଖଣି ପାଣି ଭିତରେ ବୁଡ଼ି ଯାଇଥିଲେ ଇଞ୍ଜିନିୟରିଂ ଛାତ୍ର। ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ କଲେ ଉଦ୍ଧାର। ତେବେ ମୃତ ଛାତ୍ର ଜଣକ ହେଲେ ଏନ୍.ଆଦିତ୍ୟ ଅଭିଜିତ। ଅଭିଜିତଙ୍କ ଘର ୟୁନିଟ୍ ୬ ଅଞ୍ଚଳରେ ହୋଇଥିବା ଜଣାପଡିଛି । ସେ ଘରୋଇ ବିଶ୍ବବିଦ୍ୟାଳୟରେ ଦ୍ଵିତୀୟ ବର୍ଷର ଇଲେକ୍ଟ୍ରିକାଲ ଇଞ୍ଜିନୟରିଂ ଛାତ୍ର। ଚାରିଜଣ ସାଙ୍ଗଙ୍କ ସହ ଯାଇଥିଲେ ଫୋଟ ସୁଟ ପାଇଁ। କିନ୍ତୁ ଗୋଡ଼ ଖସି ଯିବାରୁ ବୁଡ଼ି ଯାଇଥିବା ସୂଚନା। ଏପଟେ ଘଟଣା ସ୍ଥଳରେ ଚନ୍ଦକା ପୋଲିସର ତଦନ୍ତ ଆରମ୍ଭ।
