ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ

ଭୁବନେଶ୍ଵର: ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ଜୋର ଜବରଦସ୍ତ ବାହାର କରିବାକୁ ନେଇ କ୍ୟାମ୍ପସରେ ଦେଖାଦେଇଛି ଉତ୍ତେଜନା ଯାହାକୁ ନେଇ ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ

ସୂଚନା ଅନୁସାରେ, ଗତକାଲି ବିଶ୍ଵବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବିଦା କରିବା ପାଇଁ ବଡ ଧରଣର ଅଭିଯାନ ଚଳାଇଥିଲେ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ନମ୍ବର, ନମ୍ବର, ନମ୍ବର ଏବଂ ନମ୍ବର ଛାତ୍ରାବାସରେ କବଜା କରାଯାଇଥିବା ଶତାଧିକ ରୁମରେ ତାଲା ଭାଙ୍ଗି ଭିତରେ ପଶି ସମସ୍ତ ଆସବାବପତ୍ର ବାହାରେ ଫିଙ୍ଗାଯୀବା ସହ ନୂଆ ତାଲା ପକାଇଥିଲେ କତ୍ତୃପକ୍ଷ  ଫଳରେ ଉତ୍ତେଜନା ଦେଖାଦେଇଥିଲା ଯାହାପରେ ବିଶ୍ଵବିଦ୍ୟାଳ୍ୟ ପରିସରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ