ଭୁବନେଶ୍ଵର: କଂଗ୍ରେସରେ ମିଶିଲେ ବିଜେଡି ଛାଡ଼ିଥିବା ଛାତ୍ର ନେତା ହରିଶଙ୍କର ରାଉତ । କେସି ବେଣୁଗୋପାଳ ଓ ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଲେ ହରିଶଙ୍କର ରାଉତ ।

ଗତ ସେପ୍ଟେମ୍ବର ୧୧ ତାରିଖରେ ବିଜେଡି ଛାଡିଥିଲେ ଛାତ୍ରନେତା ହରିଶଙ୍କର ରାଉତ । ସେ ଦଳ ଛାଡିବା ସହ ପାଣ୍ଡିଆନଙ୍କ ବିରୋଧରେ ଓଗାଳିଥିଲେ । ସେ କହିଥିଲେ ଯେ, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି । ଏବେ ମଧ୍ୟ ବିଜେଡିକୁ କବ୍ଜା କରି ରଖିଛନ୍ତି ପାଣ୍ଡିଆନ । ଅଣଓଡିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି, ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏ ସ୍ଥିତି ଓ ନିର୍ବାଚନରେ ଲୋକେ ଜବାବ ଦେଲେ । ବିଜେଡିରେ କୋଟେରୀ ଗ୍ରୁପ୍ କାମ କରୁଛି। କିଛି ବରିଷ୍ଠ ନେତା ଅଛନ୍ତି। ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ୍ ଅଛନ୍ତି ବୋଲି ସେ କହିଥିଲେ ।