ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଗାଁ ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀରେ ବୁଡି ଛାତ୍ର ମୃତ । ବରମୁଣ୍ଡା ମୁନିସିପାଲ କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍ ପ୍ରକାଶ ପ୍ରଧାନ ପୋଖରୀରେ ବୁଡି ଛାତ୍ର ମୃତ ହୋଇଛି । ବଳିଆ ବାବା ଆଶ୍ରମରେ ରହି ଓମ ପ୍ରକାଶ ପ୍ରଧାନ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ । ଆଜି ଓମ୍ ତାଙ୍କ ୩ଜଣ ସାଙ୍ଗଙ୍କ ସହ ମିଶି ସ୍କୁଲ ନଯାଇ ଗାଧୋଇବା ପାଇଁ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରକୁ ଯାଇଥିଲେ । ହଠାତ୍ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ । ଆଜି ସ୍କୁଲରେ ଗାନ୍ଧୀ ଜୟନ୍ତୀ ନେଇ ଆୟୋଜନ କରାଯାଇଥିଲା, ହେଲେ ଓମ୍ ଓ ତାଙ୍କ ସାଙ୍ଗମାନେ ସ୍କୁଲ ନଯାଇ ପୋଖରୀକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି।