WHATSAPPର ଭାରତ ଉପରେ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ସାରା ଦେଶରେ ନୂଆ ଡିଜିଟାଲ ଆଇନ ଲାଗୁ ହେବା ପରେ ଲୋକପ୍ରିୟ ମେସେଜିଂ ଆପ ହ୍ୱ୍ୱାଟସଆପ ନେଇଛି ଏକ ବଡ କାର୍ଯ୍ୟାନୁଷ୍ଠାନ । ମାତ୍ର ୧୦ ଦିନ ମଧ୍ୟରେ ୨୦ ଲକ୍ଷ ଭାରତୀୟ ଆକାଉଣ୍ଟକୁ ରଦ୍ଦ କରିଛି ହ୍ୱ୍ୱାଟସଆପ ।
ଏହି ସଂସ୍ଥା ପକ୍ଷରୁ ଜାରି ହୋଇଥିବା ସୁରକ୍ଷା ସମ୍ପର୍କିତ ନିୟମକୁ ଅନେକ ବ୍ୟକ୍ତି ବା ଆକାଉଣ୍ଡ ଉଲ୍ଲଙ୍ଘନ କରିଥିବାରୁ ହ୍ୱ୍ୱାଟସଆପ ଏଭଳି ଏକ ପଦକ୍ଷେପ ନେଇଥିବା ଜଣାପଡିଛି । ଏନେଇ ଅଭିଯୋଗ ଆସିବା ପରେ ଘଟଣାର ଯାଞ୍ଚ କରିବାରୁ ସମସ୍ତ ଆକାଉଣ୍ଟ ନିୟମ ଉଲ୍ଲଙ୍ଘନ କରିଥିବା ସ୍ପଷ୍ଟ ହୋଇଥିଲା । ଅଶ୍ଳୀଳ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିବା ଅଭିଯୋଗରେ ମେ’ ୧୫ରୁ ମେ’ ୨୫ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ହ୍ୱାଟସଆପ୍ ନିଜ ତରଫରୁ ବନ୍ଦ କରିଛି । ନୂଆ ଆଇନ ଅନୁସାରେ ସୋଶଲ ମିଡିଆ ସଂସ୍ଥାମାନ ନିୟମ ଉଲ୍ଲଙ୍ଘନ କରୁଥିବା ଆକାଉଣ୍ଟକୁ ବନ୍ଦ କରିବା ସହ ଏଗୁଡିକ ବିରୁଦ୍ଧରେ କଡା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ଏବଂ ଏହାର ମାସିକ ରିପୋର୍ଟ ମଧ୍ୟ ପ୍ରଦାନ କାରିବ । ଏହାପରେ ଆଜି ହ୍ୱ୍ୱାଟସଆପ ତରଫରୁ ଏହି ରିପୋର୍ଟ ପ୍ରଦନେ କରାଯାଇଛି । ଯେଉଁଥିରେ ୨୦ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିବା କଥା କୁହାଯାଇଛି ।