ପୁରୀରେ ଜୋର ଧରିଲା ଆନ୍ଦୋଳନ

ପୁରୀ/ଜୟନ୍ତ କୁମାର ସେଠୀ: ଶ୍ରୀମନ୍ଦିର ସିଂହଦ୍ୱାର ମୁଖଶାଳାରେ ଦଶ ଅବତାର ମୂର୍ତ୍ତି କୁ ଲଗେଇବା ନେଇ ଦାବି ଜୋର ଧରିଛି। ପନ୍ଦର ଦିନ ଭିତରେ ଦଶଅବତାର ମୂର୍ତ୍ତି ନ ଲାଗିଲେ ଜଗନ୍ନାଥ ପ୍ରେମୀ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଜୋରଦାର ଆନ୍ଦୋଳନ ହେବ ବୋଲି ଦିଆଯାଇଛି ଚେତାବନୀ। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ,ଦଶଅବତାର ମୂର୍ତ୍ତି ନିର୍ମାଣ ହୋଇ ରଖା ଯାଇଥିବା ଶିଳ୍ପୀଙ୍କ ଘରକୁ ଯାଇ ମୂର୍ତି ଗୁଡିକୁ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟମନ୍ତ୍ରୀ ପୁରୀକୁ ଐତିହ ସହର ନାଁ ରେ ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ସିଂହଦ୍ୱାର ମୁଖଶାଳାର ଦଶଅବତାର ମୂର୍ତ୍ତି ଆଣିବାକୁ ଦେଇପାରୁ ନାହାନ୍ତି ମାତ୍ର ୩୫ ହଜାର ଟଙ୍କା।
୨୦୧୧ ମସିହାରେ ଶ୍ରୀମନ୍ଦିର ସିଂହ ଦ୍ୱାର ଗୁମୁଟ ମରାମତି ବେଳେ ଦଶଅଵତାରର କେତେକ ମୂର୍ତି ଭାଙ୍ଗି ଯାଇଥିଲା ବୋଲି ଦର୍ଶାଇଥିଲେ ଏ ଏସ ଆଇ। ପୁରୀ ବିରହରେକୃଷ୍ଣପୁରର ମହେନ୍ଦ୍ର ସାମଲ ଏହି ମୂର୍ତି ସବୁ ତିଆରି କରିଥିବା ବେଳେ ଦଶଅବତାର ମୂର୍ତିର ନବମ ମୂର୍ତି ଶ୍ରୀଜଗନ୍ନାଥ କି ପ୍ରଭୁ ବୁଦ୍ଧ ଙ୍କ ମୂର୍ତି ଲାଗିବ ସେ ନେଇ ବିବାଦ ହେବାରୁ ଏ ଏସ ଆଇ କୌଣସି ସମାଧାନ କରି ନପାରି ଆଜି ପର୍ୟ୍ୟନ୍ତ ନୂଆ ତିଆରି ହୋଇଥିବା ମୂର୍ତି ବସାଯାଇ ପାରିନାହିଁ। । ଏ ପର୍ୟ୍ୟନ୍ତ ଶିଳ୍ପୀ ମହେନ୍ଦ୍ର ସାମଲ ଙ୍କୁ କୌଣସି ପାରିଶ୍ରମିକ ମଧ୍ୟ ଦେଇ ନାହିଁ ଏଏସ ଆଇ । ବାରମ୍ବାର ଏ ଏସ ଆଇ କୁ ଯୋଗାଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ମୂର୍ତ୍ତିତ।ରି ପାଇଁ ବରାଦ କରିଦେଇ ଚୁପ୍ ହୋଇ ବସିପଡିଛି ପ୍ରତ୍ନତତ୍ତ୍ୱ ବିଭାଗ ।