ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ରାଜଧାନୀରେ କଡାକଡି ଚେକିଂ

ଭୁବନେଶ୍ୱର: ଅପରାଧୀ ମାନଙ୍କ ମନରେ ପଶିଲାଣି ଛନକା । କାରଣ ରାଜଧାନୀରେ ଆରମ୍ଭ ହୋଇଛି ରାତି ଅଧିଆ ଚେକିଂ । ଗଳି ଗଳି କନ୍ଦିରେ ପଶି ପୋଲିସ ଦେଉଛି ପହରା । ଝାରପଡା ଗୋଲେଇ, କଲ୍ପନା, ରବି ଟକିଜ୍ , ରୁପାଲି , ରାମମନ୍ଦିର, ହସ୍ପିଟାଲ , ଜାଗମରା, ଷ୍ଟୁଆର୍ଟ, ନାଲୋକୋ ଛକ, ଡମଣା ଓ ପଟିଆ ଛକରେ ଯାଞ୍ଚ କରିଛି ପୋଲିସ । ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ଚେକିଂ କରାଯାଇଛି ।ରାଜଧାନୀରେ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ ପାଇଁ ପୋଲିସ୍ ଏଭଳି ପଦକ୍ଷେପ ନେଇଛି । ବିଭିନ୍ନ ପୋଲିସ ଷ୍ଟେସନର ୩ ପ୍ଲାଟୁନ ପୋଲିସ ଏଥିରେ ସାମିଲ ଅଛନ୍ତି । ‘ସେଫ୍ ସିଟି ଡ୍ରାଇଭ’ ଭୁବନେଶ୍ୱର ଅଧୀନରେ ଏହି ଚେକିଂ କରାଯାଉଛି ।