ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେଲେ କଡା କାର୍ଯ୍ୟାନୁଷ୍ଠାନ

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ମନା । ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ, ଡିଜେଲ ବ୍ୟବହାର କଲେ କଡା କାର୍ଯ୍ୟାନୁଷ୍ଠାନ । ଏନେଇ ରାଜ୍ୟର ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ, ଯୋଗାଣ, ପରିବହନ ଏବଂ ସଂରକ୍ଷଣ ନିଷେଧ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲିୟମ ଉତ୍ପାଦ – ବିଶେଷକରି ପେଟ୍ରୋଲ ଏବଂ ଡିଜେଲ ,ପ୍ଲାଷ୍ଟିକ୍ ବୋତଲ ଏବଂ ଅନୁମୋଦିତ ନ ଥିବା ପାତ୍ରରେ ବିକ୍ରି ଏବଂ ପରିବହନ କରାଯାଉଛି। ସରକାର ଜନସାଧାରଣଙ୍କ ସୁରକ୍ଷା ସ୍ୱାର୍ଥରେ ସମସ୍ତ ଜିଲ୍ଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ କଡ଼ା ପ୍ରବର୍ତ୍ତନ ପାଇଁ ନିମ୍ନଲିଖିତ ନିର୍ଦ୍ଦେଶ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।