( ଆଦର୍ଶ ରାଉତ) : କିଛିଦିନର ନିରବତା ପରେ ପୁଣି ଗ୍ୟାଷ୍ଟ ଷ୍ଟାର ଟିଟୋ ଲିଙ୍ଗ୍ ନେଇ ସକ୍ରିୟ ହୋଇଛି କ୍ରାଇମବ୍ରାଞ୍ଚ ।
ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁର ଦୀପ୍ତିରଞ୍ଜନ ଦାସଙ୍କ ଘରେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଚଢ଼ଉ କରିଛି।
ଡିଏସ୍ପି ରାମଚନ୍ଦ୍ର ଥମ୍ବଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ଏହି ଚଢ଼ଉ କରିଛି। ସେଠାରୁ ଗୋଟିଏ ପିସ୍ତଲ୍ ସହିତ ୧୨ଟି ଗୁଳି ଜବତ କରାଯାଇଛି। ତା’ ସହିତ ୬୪ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାସହ ମଧ୍ୟ ଏକ ଦାମୀ କାର୍ ଜବତ ହୋଇଥିବା ସୂଚନା ମିଳିଛି ।