ଭୁବନେଶ୍ୱର: ବାଘ ଛାଲ ବେପାରୀଙ୍କୁ ମାଡି ବସିଲା ଏସଟିଏଫ । କଳାହାଣ୍ଡି ଜିଲ୍ଲା ଶ୍ରୀପଲ୍ଲୀ ଛକ ନିକଟରେ stfର ଚଢ଼ାଉ। ଡିଲ ବେଳେ ଅଭିଯୁକ୍ତକୁ ମାଡିବସିଲା ଏସଟିଏଫ । ଅଭିଯୁକ୍ତକୁ ଗିରଫ କରିବା ସହ ତିନୋଟି କଲରା ପତ୍ରିଆ ବାଘ ଛାଲ ଓ ତିନୋଟି ହରିଣ ଛାଲ ଜବତ କରିଛି stf । ଜବତ ଚମଡାକୁ ପରୀକ୍ଷା ନିରିକ୍ଷା ଲାଗି ଡେରାଡୁନ ବାୟୋଲୋଜିକାଲ ପରିକ୍ଷା କେନ୍ଦ୍ରକୁ ପଠାଯିବ । ଅଭିଯୁକ୍ତକୁ ଖଗେଶ୍ୱର ପୁଟେଲକୁ ଗିରଫ କଲା STF । ଖଗେଶ୍ୱରକୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଆଧାରରେ, STFର ଏକ ଟିମ୍ ଗତ କାଲି ସନ୍ଧ୍ୟାରେ ଶ୍ରୀ ରାମପୁର-ନରଲା, ଶ୍ରୀପାଲୀ ଛକ ଠାରେ ବନ୍ୟଜନ୍ତୁ ଦ୍ରବ୍ୟର ଡ଼ିଲ ଚାଲିଥିବା ବେଳେ ପୂର୍ବରୁ ଜାଗିବସିଥିବା STF ଟିମ ମାଡ଼ିବସିଥିଲା ।
ସନ୍ଧାନ ସମୟରେ ୦୩ ନମ୍ବର ଲିଓପାର୍ଡ ସ୍କିନ୍, ୦୩ ନମ୍ବର ହରିଣ ସ୍କିନ୍ ଏବଂ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ତାଙ୍କ ନିକଟରୁ ଉଦ୍ଧାର କରାଯାଇଥିଲା ।