ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜ୍ୟରେ ଗଡିବନି ବସ । ଏନେଇ ଘରୋଇ ବସ ମାଲିକ ସଂଘ ଘୋଷଣା କରିଛି । ସରକାର ଓ ମାଲିକ ସଂଘର ଆଲୋଚନାରୁ କୌଣସ ନିଷ୍କର୍ଷ ବାହାରିନଥିବା କୁହାଯାଉଛି । ତେବେ ଏନେଇ ଆଲୋଚନା ସଫଳ ହୋଇନି କି ବିଫଳ ହୋଇନି କହିଚି ଘରୋଇ ବସ ମାଲିକ ସଂଘ । ଏନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପ୍ରସ୍ତାବ ଦେଇଛୁ , ଆଲୋଚନା କରି ସେମାନେ ନିଷ୍ପତ୍ତି ଆମକୁ ଜଣାଇବେ । ତେବେ ଲକ୍ଷ୍ମୀ ବସ ବ୍ଲକରୁ ଜିଲ୍ଲାକୁ ନ ଚଳାଇବା ପାଇଁ ଦାବି ରଖିଛି ଘରୋଇ ବସ ମାଲିକ ସଂଘ। ସରକାରଙ୍କ ଠାରୁ ଲିଖିତ ପ୍ରତିଶୃତି ନମିଳିବାରୁ ସଂଘ ନେଇଛି ନିଷ୍ପତ୍ତି। ତେବେ ଯାତାୟତରେ ଆସୁ ବିଧା ପାଇଁ ଯାତ୍ରୀ ମାନଙ୍କୁ କ୍ଷମା ମାଗୁଛି ଘରୋଇ ମାଲିକ ସଂଘ ।