ଏନଏସି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ

ପାରାଦୀପ : ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ଅବଦାନକୁ ମନେପକାଇ ବା ସହିତ ପିଲାମାନେ କିପରି ସେହି ପୂଜ୍ୟ ପୂଜ୍ୟ ମହାପୁରୁଷମାନଙ୍କ ଯିବନି ଓ ଇତିହାସ ବିଷୟରେ କିପରି ଜ୍ଞାନ ଆହରଣ କରିବେ ଓ ଦେଶସ୍ୱାଧୀନର ମହାନ ମନୀଷୀମାନଙ୍କ ଜୀବନ ଶୈଳୀ ଉପରେ ଶିଶୁମାନଙ୍କ ଉପରେ ପ୍ରଭାବ ପକାଇବା ନେଇ ପାରାଦୀପ ଏନଏସି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହିତ ଅନାବରଣ କରାଯାଇଛି।

ଆଜି ପାରାଦୀପ ଏନଏସି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ଉତ୍କଳ ସ୍ୱାଭିମାନ ମଞ୍ଚର ରାଜ୍ୟସ୍ତରୀୟ ସଦସ୍ୟ ମାନଙ୍କ ସହିତ ପାରାଦୀପ ମୁନିସି ପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌରେନ୍ଦ୍ର ରାଉତରାୟଙ୍କ ସହିତ ସ୍କୁଲର ଛାତ୍ରୀମାନଙ୍କ ସହିତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ।

ତେବେ ଏହି ମହାପୁରୁଷମାନଙ୍କ ପ୍ରତି ପିଲା ମାନେ ପାଠ୍ୟ ପୁସ୍ତକରେ ପଢ଼ୁଥିବାବେଳେ ସେମାନଙ୍କ ସମ୍ମୁଖରେ ସେହି ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଦେଖିବାପରେ ଛାତ୍ରଛାତ୍ରୀମାନଙ୍କ ମନରେ ମହାପୁରୁଷମାନଙ୍କ ପ୍ରତି ଭକ୍ତି ଭାବ ଜାଗ୍ରତ ହେବା ସହିତ ସେମାନଙ୍କ ଆତ୍ମଯିବନିଉପରେ ପିଲାମାନଙ୍କ ଉତ୍କଣ୍ଠା ଭାବ ବୃଦ୍ଧି ପାଇବା ନେଇ ବିଦ୍ୟାଳୟର ଶିକ୍ଷକ ପ୍ରକାଶ କରିଛନ୍ତି ।

ତେବେ ବିଦ୍ୟାଳୟ ପରିସରରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ସହ ଯୋଗ କରିଛନ୍ତି ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସହଯୋଗୀତା ଉତ୍କଳ ସ୍ୱାଭିମାନ ମଞ୍ଚ, ଶ୍ରୀଯୁକ୍ତ ରାଧାକାନ୍ତ ଦାସ, ସଭାପତି ଉତ୍କଳ ସ୍ୱାଭିମାନ ମଞ୍ଚ ପୁରିଙ୍କ ସହଯୋଗରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।