ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟାୟକାରିଣୀ ଆସନ୍ତା 22 ତାରିଖରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି । ମହିଳା ଜନତା ଦଳର କାର୍ଯ୍ୟକାରିଣୀ ସଦସ୍ୟ ବୈଠକରେ ସାମିଲ ହେବେ । ସଂଗଠନ ବାବଦରେ ବିସଦ ଆଲୋଚନା ହେବ । ରାଜନୈତିକ, କୃତଜ୍ଞତା, ଧନ୍ୟବାଦ ପ୍ରସ୍ତାବ ପାରିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅନେକ କିଛି ଅନୁରୋଧ କରାଯିବ । ବୈଠକ ପରେ ସଂଗଠନ ଆହୁରି ସୁଦୃଢ ହେବ । ତୃଣମୂଳ ସ୍ତରକୁ ଯିବାକୁ କାର୍ଯ୍ୟ ସୂଚୀ ପ୍ରସ୍ତୁତ ହେବ ।