ହିଞ୍ଜିଳି( ରଜନୀ କାନ୍ତ ପାତ୍ର): ଗଞ୍ଜାମ ଛତ୍ରପୁର ବ୍ଲକ ଆଇଆରଇ ଛକ ନିକଟ ଘଡଘଡାପଲ୍ଲୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନି ଦାସୁଡୁ ସତ୍ୟମ ସେବା କଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ମନ୍ଦିରର ନୀଳଚକ୍ର ଧ୍ୱଜା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏଠାରେ ରାଜ୍ୟ କଳାକାର ସମ୍ମିଳନୀର ଆୟୋଜନ ହୋଇଥିଲା । ଏଥିରେ କେନ୍ଦ୍ରର ସଭାପତି ତଥା ନୃତ୍ୟଗୁରୁ ବଡଦାସୁଡୁ ଆର.ସତ୍ୟମ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ । ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ କଳାକାର ଓ କଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରର ଉପସଭାପତି ମହେଶ୍ୱର ପ୍ରଧାନ, ସମ୍ପାଦକ ଅଶୋକ ପଣ୍ଡା, ଏସ.ବିଶ୍ୱନାଥ ରେଡ୍ଡୀ, ପି ସୁରିବାବୁ, ଏମ. ନାରସିମୁଲୁ ରେଡ୍ଡୀଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନର କଳାକାର ଯୋଗ ଦେଇଥିଲେ । ପୂର୍ବରୁ ଏହି ଅନୁଷ୍ଠାନ ପକ୍ଷରୁ କଳାକାରଙ୍କ ନିମନ୍ତେ ବିଭିନ୍ନ କାର୍ୟ୍ୟକ୍ରମ କରାଯିବା ସହ କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନି ଦାସୁଡୁ ସତ୍ୟମ ସେବା କଳା କେନ୍ଦ୍ରର ସଭାପତି ତଥା ନୃତ୍ୟଗୁରୁ ବଡଦାସୁଡୁ ଆର୍.ସତ୍ୟମ ରେଡ୍ଡୀ କାର୍ୟ୍ୟ କରି ଆସୁଛନ୍ତି ।