ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ମାନବାଧିକାର କମିଶନ ଅଫିସ ଆସନ୍ତା ୩ ମେରୁ ୧୩ ମେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟମାନବାଧିକାର କମିଶନ ଅଫିସ ପକ୍ଷରୁ ଏନେଇ ଜାରି କରାଯାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତିରେ କୁହାଯାଇଛି କି, ଭୁବନେଶ୍ୱର ତୋସାଲି ଭବନରେ ଚାଲିଥିବା ଅଫିସକୁ ମେ ୩ରୁ ୧୩ ପର୍ଯ୍ୟନ୍ତ ବନ୍ଦ କରାଯିବ । ରାଜ୍ୟରେ କରୋନା ସଂକ୍ରମଣର ବ୍ୟାପକତା ତଥା ତୋଷାଳି ଅଫିସରେ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଅଫିସକୁ ବନ୍ଦ କରାଯାଉଛି ।
ଏହି ସମୟରେ କମିଶନ ଅଫିସର ସମସ୍ତ କର୍ମଚାରୀଙ୍କୁ ଯେକୌଣସି ସମୟରେ ଆବଶ୍ୟକ ସ୍ଥଳେ ସ୍ୱଳ୍ପ ସମୟରେ ଅଫିସରେ ଉପସ୍ଥିତ ରହିବାକୁ କୁହାଯାଇଛି । ଏହା ବ୍ୟତୀତ ପୂର୍ବ ସୂଚନା ବିନା ହେଡକ୍ୱାଟର ନ ଛାଡିବାକୁ କୁହାଯାଇଛି । ଏହି ସମୟରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ଶୁଣାଣି କରାଯିବ । ଏହା ବ୍ୟତୀତ ଅଫିସର ୱେବସାଇଟ କ୍ଟଷକ୍ସମଅଦ୍ଭସମ.ସଦ୍ଭରେ ଅଭିଯୋଗ ଦାୟର କରିବାକୁ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପାଇଁ ସହକାରୀ ରେଜିଷ୍ଟ୍ରାରଙ୍କୁ ୮୭୬୩୬୪୨୦୮୦ ନମ୍ବରରେ କଣ୍ଟାକ୍ଟ କରିବାକୁ କୁହାଯାଇଛି ।