IAS ସ୍ତରରେ ବଡ ଅଦଳବଦଳ କଲେ ରାଜ୍ୟ ସରକାର

0

ଭୁବନେଶ୍ୱର: IAS ସ୍ତରରେ ବଡ ଅଦଳବଦଳ କଲେ ରାଜ୍ୟ ସରକାର । ତେମ୍ଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ ଇଣ୍ଟରପ୍ରାଇଜେସ ସଚିବ । ସେହିପରି ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍ଡିସି । ରଂଜନ ଦାସ କେନ୍ଦ୍ରାଞ୍ଚଳ ଆର୍ଡିସି ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ସେହିପରି କେ.ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ । ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ହେଲେ କଟକ ଜିଲ୍ଲାପାଳ । ନିଖିଲ ପବନ କଲ୍ୟାଣ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ହୋଇଥିବା ବେଳେ ବିଜୟ କୁମାର ଦାସ ହୋଇଛନ୍ତି ପୁରୀ ଜିଲ୍ଲାପାଳ । ସେହିପରି ମନୀଷା ବାନାର୍ଜୀ ହେଲେ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ । ଚଞ୍ଚଳ ରାଣା ଖୋର୍ଦ୍ଧା ଜିଲ୍ଲାପାଳ ହୋଇଥିବା ବେଳେ ସ୍ୱଧା ଦେବ ସିଂ ହୋଇଛନ୍ତି ନୟାଗଡ ଜିଲ୍ଲାପାଳ । ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ ମହାନଗର କମିଶନର । ଚକ୍ରବର୍ତ୍ତୀ ସିଂ ରାଠୋର ପଞ୍ଚାୟତିରାଜ ଯୁଗ୍ମ ସଚିବ ହୋଇଥିବା ବେଳେ ମହମ୍ମଦ ଅବଦଲ ଅଖତର ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳ । ସେହିପରି ଲିଙ୍ଗରାଜ ପଣ୍ଡା ହେଲେ ସମବାୟ ବିଭାଗର ଯୁଗ୍ମ ସଚିବ ।ଅମ୍ରିତ ଋତୁରାଜ ହେଲେ ଶ୍ରମ କମିଶନର । ଅନନ୍ୟା ଦାସ ହେଲେ ବୟନ ଶିଳ୍ପ ଯୁଗ୍ମ ସଚିବ । ବଶାଲ ସିଂହ ହେଲେ କେନ୍ଦୁଝର ଜିଲ୍ଲାପାଳ । ଶୁଭଙ୍କୀର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ । କୀର୍ତ୍ତି ଭାସନ କୋରାପୁଟ ଜିଲ୍ଲାପାଳ ହୋଇଥିବା ବେଳେ ସୂର୍ଯ୍ୟବଂଶୀ ମୟୂର ବିକାଶ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ।