ଭୁବନେଶ୍ୱର-: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଆଉ ଚିନ୍ତା ନାହିଁ । କାରଣ ପିଏମ୍ ଆବାସ ଯୋଜନାରେ ଘର ପାଇଁ ମାଗଣା ବାଲି ଦେବେ ରାଜ୍ୟ ସରକାର । ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍ ବାଲି ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗରିବ ଲୋକଙ୍କୁ ମାଗଣାରେ ବାଲି ଦିଆଗଲେ ସେମାନେ ଘର ଖଣ୍ଡେ ସହଜରେ ତିଆରି କରିପାରିବେ । ସେମାନଙ୍କୁ ପରମିଟ୍ ଇସ୍ୟୁ କରାଯିବ, ଯାହାଦ୍ବାରା ଗରିବ ଲୋକେ ବାଲି ମାଗଣାରେ ଆଣିପାରିବେ । ନଦୀ ଭିତରୁ ପଶି ବାଲି କାଢ଼ିବା ବନ୍ଦ ହେବ । ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ଏତେ ଲୋଡ଼ ନେଇପାରୁନାହିଁ । ଏହା ନଷ୍ଟ ହେଉଛି । ତେଣୁ କେତେ ଓଜନର ବାଲି ଗାଡ଼ି ଯାଉଛି । ତେଣୁ ଏସବୁକୁ ନେଇ ନୂଆ ଏସଓପି ଆସିବାକୁ ଯାଉଛି ।