ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅଯୋଗ୍ୟ ପରିବାରଙ୍କୁ ବାଦ ଦିଆଯିବ। ରାଜ୍ୟ ସରକାର ଗ୍ରହଣ କରିବାକୁ ଯାଉଛନ୍ତି ବଡ଼ ପଦକ୍ଷେପ। ଗତ ୫ ଆର୍ଥିକ ବର୍ଷରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୧୨,୦୦,୬୨୧ ଗୃହର ଧାର୍ଯ୍ୟଲକ୍ଷ୍ୟ ପ୍ରାପ୍ତ ହୋଇଛି । ସେଥିରୁ ୧୧,୭୬,୦୫୩ ସଂଖ୍ୟକ ଗୃହ ମଞ୍ଜୁର ହୋଇଥିବା ସ୍ଥଳେ ୭,୪୩,୩୨୧ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ୪,୩୨,୭୩୨ ଗୃହ ନିର୍ମାଣାଧୀନ ଅଛି । ବିଧାନସଭା ରେ କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ଙ୍କ ପ୍ରଶ୍ନ ରେ ପଞ୍ଚାୟତିରାଜ ମନ୍ତ୍ରୀ ଙ୍କ ଉତ୍ତର।