ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର । ରାଜ୍ୟ କ୍ୟବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ମେଡିକାଲ, ଇଞ୍ଜିନିୟରିଂ ସମେତ ବିଭିନ୍ନ ବୈଷୟିକ, ବୃତ୍ତିଗତ ଏବଂ ଆନୁସଙ୍ଗିକ ପାଠ୍ୟକ୍ରମ ନାମଲେଖା ସଂରକ୍ଷଣ ନୀତିରେ ବଡ଼ ସଂସ୍କାର ଅଣାଯାଇଛି । କ୍ୟାବିନେଟ ନିଷ୍ପତ୍ତି ନେଇଛି- ରାଜ୍ୟର ଅନୁସୂଚିତ ଜନଜାତି (ଏସ୍ଟି) ୨୨.୫୦ ପ୍ରତିଶତ, ଅନୁସୂଚିତ ଜାତି (ଏସ୍ସି) ୧୬.୨୫% ଏବଂ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗ (ଏସ୍ଇବିସି) ଛାତ୍ରଛାତ୍ରୀମାନେ ନାମଲେଖାରେ ପାଇବେ ୧୧.୨୫ ପ୍ରତିଶତ ସଂରକ୍ଷଣ । ପୂର୍ବରୁ ଏସ୍ଟିଙ୍କୁ ୧୨%, ଏସ୍ସିଙ୍କୁ ୮% ସଂରକ୍ଷଣ ମିଳୁଥିଲା । ଏସ୍ଇବିସିଙ୍କ ପାଇଁ ଆଦୌ ନଥିଲା ସଂରକ୍ଷଣ ।