ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ

ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବ । ନୂତନ ମନ୍ତ୍ରୀ ମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଲୋଚନା ହେବ ବୋଲି ଜଣାପଡିଛି । ତେବେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ଭିତ୍ତିଭୂମି ନିର୍ମାଣ ଉପରେ ପୂର୍ଣ୍ଣାଙ୍ଗ ଗୁରୁତ୍ୱ ଦିଆଯାଇଛି । ସୂଚନା ଅନୁସାରେ ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୨ ଲକ୍ଷ ୧୦ ହଜାର କୋଟି ଟଙ୍କା ରହିଛି । ନୂଆ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଜୁଲାଇ ୨ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବଜେଟ ଉପସ୍ଥାପନ କରିବେ । ଅନୁଷ୍ଠିତ ମନ୍ତ୍ରୀପରିଷଦ ବୈଠକରେ ମନ୍ତ୍ରୀଙ୍କୁ ବିକାଶର ଏଜେଣ୍ଡା ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେବେ ବୋଲି ଜଣାପଡିଛି ।