Baliyatra Stamped: କଟକ ବାଲିଯାତ୍ରାରେ ଶ୍ରେୟା ଘୋଷାଲଙ୍କ ପ୍ରୋଗ୍ରାମ୍ରେ ଠେଲାପେଲା ଘଟଣା । ଆରୋପ ପ୍ରତ୍ୟାରୋପକୁ ନେଇ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ଲୋକ ଅଧିକ ହେବାରୁ ଠେଲାପେଲା ହୋଇଥିଲା, ୨/୩ ଜଣ ଅଚେତ ହୋଇଥିଲେ । ପାଖାପାଖି ଦୁଇ ଲକ୍ଷ ଲୋକ ଷ୍ଟେଜ୍ ନିକଟରେ ଉପସ୍ଥିତ ଥିଲେ । ବାଲିଯାତ୍ରା କେବଳ ଜିଲ୍ଲା ପ୍ରଶାସନ କରେ ନାହିଁ କି ନିଷ୍ପତ୍ତି ନିଏ ନାହିଁ । ଆୟୋଜନ ପୂର୍ବରୁ ବିଭିନ୍ନ ବିଭାଗର ସମନ୍ବୟରରେ ନିଷ୍ପତ୍ତି ହୁଏ । ସେଥିରେ ପୋଲିସ ପ୍ରଶାସନ ଅଧିକାରୀ ଥାଆନ୍ତି, ପରାମର୍ଶ ନିଆଯାଇଥାଏ । ଆଗକୁ ବାଲିଯାତ୍ରାରେ ଏଭଳି ବଲିଉଡ ଷ୍ଟାର ଆସିଲେ ପ୍ରସ୍ତୁତି ଭଲ କରାଯିବ ।

ତେବେ ଗତକାଲି ପୋଲିସ ଡିଜି ଠେଲାପେଲାକୁ ନେଇ ବିବୃତି ରଖିଥିଲେ । ମେଗା ଷ୍ଟାରଙ୍କୁ ଡାକିବା ନେଇ ଆୟୋଜକ ଚିନ୍ତା କରିବା ଦରକାର ବୋଲି କହିଥିଲେ ପୋଲିସ ଡିଜି । ତେବେ ବାଲିଯାତ୍ରାରେ ଶେଷ ସଂନ୍ଧ୍ୟାରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେତେବେଳେ ନାହିଁ ନଥିବା ଭିଡ଼ରୁ ଠେଲାପେଲା ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ବ୍ୟାରିକେଡ଼ ନିକଟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଦଳାଚକଟା ଭଳି ପରିସ୍ଥିତି ଯୋଗୁଁ ୫ ଜଣ ଆହତ ହୋଇଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସକୁ କିଛି ସ୍ଥାନରେ ବଳ ପ୍ରୟୋଗ କରିବାକୁ ପଡିଥିଲା । ଦୁଇଟି ଜାଗାରେ ଲୋକେ ବ୍ୟାରିକେଡ଼ ଭାଙ୍ଗି ଦେଇଥିଲେ । ସମସ୍ତେ ମଞ୍ଚର ନିକଟତର ହେବା ପାଇଁ ଚେଷ୍ଟା କରିଥିଲେ । ଭିଡ଼ ଭିତରେ ଠେଲାପେଲା ପାଇଁ ୩ ଜଣ ଅଚେତ୍ ହୋଇ ପଡିଥିଲେ । ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।