ଚାନ୍ଦବାଲି / ବିଜୟ କୁମାର : ଚାନ୍ଦବାଲି ବ୍ଲକ ଚଡଦିଆ ଗ୍ରାମକୁ ଯାତ୍ରା ଦେଖିବା ପାଇଁ ଆସିଥିବା ଯୁବକଙ୍କୁ ଛୁରା ମାଡ଼ କଲେ ଦୁର୍ବୃତ। ଯୁବକ ଜଣଙ୍କ ଗୁରୂତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଚାନ୍ଦବାଲି ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ତେବେ ସୂଚନା ଅନୁଯାୟୀ,ଗତକାଲି ଚଡଦିଆ ତ୍ରିନାଥ ବଜାର ପରିସରେ ଯାତ୍ରା ପରିବେଷଣ ହେଉଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଧାମରା ଅଞ୍ଚଳର ଭଜୁ ତରାଇ ଏବଂ ତାଙ୍କ ସହଯୋଗୀ ରଘୁନାଥ ପରିଡ଼ା ଓରାସାହି ନେଢୁଆଳି ଗ୍ରାମର ପ୍ରକାଶ ମାଝିଙ୍କୁ ଏକ ଛୁରି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିବା ବାଂଶଡା ଥାନାରେ ଅଭିଯୋଗ ହୋଇଛି। ତେବେ ଆକ୍ରମଣ କରିଥିବା ଦୁଇ ଜଣ ଯୁବକ ମଧ୍ୟରୁ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗ୍ରାମବାସୀ କାବୁକରି ପୋଲିସରେ ଜିମା ଦେଇଥିଲେ। ତେବେ ଗୁରୁତର ଆହତ ହୋଇଥିବା ପ୍ରକାଶ ମାଝୀ ବର୍ତ୍ତମାନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ରଘନାଥ ପରିଡାଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।