ପୁଣି ବିଜେଡିକୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। କୁକୁର-ବାଘ, ଗାଈ-ହାତୀ ଉପାଖ୍ୟାନ ଦେଇ ବିଜେଡିକୁ ଶ୍ରୀମୟୀ ଟାର୍ଗେଟ କରିଛନ୍ତି । ନାଁ ନ ନେଇ ନବୀନ ଓ ପାଣ୍ଡିଆନଙ୍କୁ ମାରିଛନ୍ତି ତେର୍ଚ୍ଛା ବାଣ । ପିଲା, ମାଆ, ବାପା ଓ ଜୀବଜନ୍ତୁଙ୍କ ଉଦାହରଣ ଛଳରେ ଟାର୍ଗେଟ କରିଛନ୍ତି ଶ୍ରୀମୟୀ । ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ପିଲା ଛୋଟ ଥିଲା ବେଳେ ବାପା ତା ସବୁ କଥାରେ ହଁ କୁହେ । ଗାଈକୁ ବି ହାତୀ କହିଦିଏ, କିନ୍ତୁ ବଡ ହେବା ପରେ ଯଦି ବାପା ପିଲାର ମିଛକୁ ସତ କହି ତା ହଁରେ ହଁ କୁହନ୍ତି ତେବେ ଜନେ ହସନ୍ତି ବୋଲି ଲେଖିଛନ୍ତି, ଶ୍ରୀମୟୀ ।

ଅନ୍ୟପଟେ ଶ୍ରୀମୟୀ ମିଶ୍ରଙ୍କ ପରେ ବିଜେଡିକୁ ଏଲିନା ଦାଶ ଟାର୍ଗେଟ କରିଛନ୍ତି । ଏଲିନା କହିଛନ୍ତି, ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା । ତାଳ ଗଛର ବରଡ଼ା ଉପାଖ୍ୟାନ ଦେଇ ଦଳୀୟ ଶୃଙ୍ଖଳାକୁ ତାତ୍ସଲ୍ୟ କରି ସେ କହିଛନ୍ତି, ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି । ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି । ୫୧ରୁ ୫୦ ହେଲେ, ଏବେ ୪୮ ହେଲେ । ଗୋଟିଏ କ୍ରୀତଦାସ ପାଇଁ ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ । ଯଦି ବିଧାୟକମାନେ ଏକ ନ ହୋଇ କ୍ରୀତଦାସତା କରିବେ । ଆଗାମୀ ଦିନରେ କାହା ବେଳ କାଳ କେତେବେଳେ ଆସିବ । କେବଳ ପ୍ରେସ ରିଲିଜ ଏବଂ ମିଡିଆରୁ ହିଁ ସମସ୍ତେ ଜାଣିବାକୁ ପାଇବେ । ବେଳ ଥାଉ ଥାଉ ବିଧାୟକ ଏକ ହେବାକୁ ପରାମର୍ଶ ଦେଇଛନ୍ତି ଏଲିନା। ଏକତା ହିଁ ବଳ, ବିଭାଜନ ହିଁ ପତନ ବୋଲି ଏଲିନା କହିଛନ୍ତି ।