ପୁରୀ(ଜୟନ୍ତ କୁମାର ସେଠୀ) : ନୁତନ ବର୍ଷକୁ ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ନୁତନ ବର୍ଷ ସୂର୍ୟ୍ୟ ଉଦୟ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଶା ରଖିଥିବା ଭକ୍ତ ମାନେ କିନ୍ତୁ ହୋଇଛନ୍ତି ନିରାଶ। ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଅତ୍ୟଧିକ ଜନସମାଗମ ହେବା ସମ୍ଭାବନା ଥିବାରୁ କୋଭିଡ କଟକଣା ଅନୁଯାୟୀ ଡିସେମ୍ବର ୩୧ ସମେତ ଜାନୁଆରୀ ୧ ତାରିଖ ନୂଆ ବର୍ଷ ଶ୍ରୀମନ୍ଦିର ଭକ୍ତ ଙ୍କ ପ୍ରବେଶ ବନ୍ଦ ରଖାଯାଇଛି। ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ପୂର୍ଣ୍ଣ ଖାଁ ଖାଁ। ମଙ୍ଗୁ ମଠ ନିକଟରେ ହୋଇଥିବା ବ୍ୟାରିକେଡ ନିକଟରେ ଭକ୍ତମାନେ ଠିଆ ହୋଇ ପତିତପାବନ ଙ୍କୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ସ୍ମରଣ କରୁଥିବାର ଦେଖିବାକୁ ମିଳିଛି। ତେବେ ଶ୍ରୀମନ୍ଦିର ଏସଓପି ଅନୁଯାୟୀ ଆଜି ଡିସେମ୍ବର ୩୧, ଆସନ୍ତା କାଲି ନୂଆ ବର୍ଷ ଓ ପରଦିନ ରବିବାର ପଡ଼ୁଥିବା ହେତୁ ଶ୍ରୀମନ୍ଦିର ସାନିଟାଇଜ ପାଇଁ ଭକ୍ତଙ୍କ ପାଇଁ ବନ୍ଦ ରହିବ। ଲଗାତାର ୩ ଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବାରୁ ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ଭକ୍ତଙ୍କ ବେଶ ଭିଡ଼ ହୋଇ ଥିଲା ।