କାଲିଠୁ ବନ୍ଦ ଅଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ଅଣ ସେବାୟତର ପ୍ରବେଶରେ ମାରା ହୋଇଥିଲା ଭୋଗ

ଭୁବନେଶ୍ୱର : ବର୍ଷ ଆରମ୍ଭରୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ଗତକାଲିଠାରୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଜଣେ ଅଣ ସେବାୟତ ମନ୍ଦିରରେ ପ୍ରବେଶକୁ ନେଇ ମନ୍ଦିର ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା । ଶ୍ରୀ ଲିଙ୍ଗରାଜଙ୍କର ସମସ୍ତ ଭୋଗ ମାରା ହୋଇଥିଲା । ଯାହା ଫଳରେ କାଲି ପୂର୍ବାହ୍ନ ସାଢେ ୧୦ରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି ।

ଅଣ ସେବାୟତର ପ୍ରବେଶରେ ମାରା ହୋଇଥିବା ଭୋଗକୁ ନ ପୋତା ଯାଇ ଭକ୍ତ ମାନଙ୍କୁ ବିକ୍ରି ହୋଇଥିଲା । ଘଟଣାକୁ ନେଇ ଜିଦରେ ଅଛନ୍ତି ଅଟଳ ବଡି ନିଯୋଗ । ସମସ୍ୟାର ସମାଧାନ ନହେବା ଯାଏ ଶ୍ରୀ ଲିଙ୍ଗରାଜଙ୍କର ନୀତିକାନ୍ତି ବନ୍ଦ ରହିବ ବୋଲି ସେବାୟତ ମାନେ ନିଷ୍ପତ୍ତି ନେଇଛନ୍ତି । ଏନେଇ ବଡୁ ନିଯୋଗ ସଂପାଦକ କମଳାକାନ୍ତ ବଡୁ ସୂଚନା ଦେଇଛନ୍ତି । ଘଟଣା ସଂପର୍କରେ ମନ୍ଦିର ପ୍ରଶାସନ କୌଣସି ବୈଠକ ଡାକି ନଥିବାରୁ ସେବାୟତ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏପଟେ ଭକ୍ତ ମାନେ ମଧ୍ୟ ଏନେଇ ଅସନ୍ତୋଷ ଜାହିର କରିଛନ୍ତି ।