ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି: ଅପରାହ୍ନ ୪ଟାରେ ବୈଠକ

ପୁରୀ: ଶ୍ରୀ ମନ୍ଦିର ନାଟମଣ୍ଡପ ମରାମତି ପାଇଁ ପ୍ରସ୍ତୁତ ହେବ ଏସ୍ଓପି । ଏନେଇ ଆଜି ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପ୍ରଶାସନ ସହ ଏଏସଆଇ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଆଲୋଚନା କରାଯିବ ।ଶ୍ରୀମନ୍ଦିର ପ୍ରଶାଦନ, ଏଏସଆଇ ଓ ସେବାୟତଙ୍କୁ ନେଇ ଏହି ବୈଠକ ବସିବ । ତେଣୁ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି ମରାମତି କାର୍ଯ୍ୟ । ବୈଠକ ପରେ କାମ କିପରି ଓ କେତେବେଳେ କରାଯିବ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ । ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଧାର୍ମିକ କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହେଉଥିବାବେଳେ ଗରୁଡ଼ ସ୍ତମ୍ଭ ପାଖରେ ଭୋଗମଣ୍ଡପ ରହିଛି। ଏହି କାରଣରୁ କେତେବେଳେ ଏଏସଆଇକୁ ମରାମତି ପାଇଁ ସୁଯୋଗ ଦିଆଯିବ ତାହା ବୈଠକ ପରେ ସ୍ପଷ୍ଟ ହେବ । ନାଟମଣ୍ଡପ ମରାମତି ପାଇଁ ଇଝଓକୁ ନିର୍ଦ୍ଦେଶ ଦେଇଛନ୍ତି । ମରାମତି ଆଜି ଆରମ୍ଭ କରିବାକୁ ନିର୍ଦ୍ଦେଶ ହୋଇଛନ୍ତି ହାଇକୋଟ ।